Odia Kabita
Read at odia Blog.
Odia Gapa
Read at odia Blog.
Odia Cartoon
Read at odia Blog.
Odia Book
Read at odia Blog.
Odia Short Story
Read at odia Blog.
31 December 2011
24 December 2011
20 December 2011
19 December 2011
14 December 2011
Barsa Saha (With Rain : Odia Poem)
06 December 2011
03 December 2011
29 November 2011
28 November 2011
25 November 2011
Choice of Institution
ଇନ୍ଜିନିୟରିଂ ମହାବିଦ୍ୟାଳୟ ଚୟନ- “କ୍ୟାମ୍ପସ୍” କଣ ସବୁ କିଛି ?
- ଅରୁନ୍ ପୂଜାରୀ
ଜେଇଇ ଫଳାଫଳ ଘୋଷିତ ହେବା ପରେ ରାଜ୍ୟର ଅଗଣିତ ପିତାମାତା, ଅଭିଭାବକ ଓ ବିଦ୍ୟାର୍ଥୀ କାଉନ୍ସେଲିଙ୍ଗ୍ ଅପେକ୍ଷାରେ ଦିନ ଗଣୁଛନ୍ତି, କେତେ ଯେ ଆଶା, ଆକାଂକ୍ଷା, ଉଦ୍ଦୀପନା, ଆଶଙ୍କା, ଭୟ ଓ ଉତ୍ତେଜନା | କ’ଣ ହେବ? ନିଜ ନିଜ ସ୍କୋର୍ ଅନୁଯାୟୀ ସବୁଠାରୁ ’ଭଲ’ ବୈଷୟିକ-କଲେଜ, ଇପ୍ସିତ ବ୍ରାଞ୍ଚ ପାଇବା ସମସ୍ତଙ୍କ ଆଶା, ଦରକାର ପଡିଲେ ସତ୍ୟନାରାୟଣ ବ୍ରତ କରିଥାଆନ୍ତି ବା ଦେବୀ ମନ୍ଦିରରେ ପ୍ରଦୀପ ଜଳାଇଥାଆନ୍ତି, ନିଜ ଇଚ୍ଛାପୂର୍ଣ୍ଣ ଅଭିପ୍ରାୟରେ | ତେବେ ’ଭଲ’ ବୈଷୟିକ-କଲେଜ ମାନେ କ’ଣ? କଲେଜଟିକୁ ଭଲ କହିବାକୁ ହେଲେ ଆମେ କଲେଜର ଅନେକ ଦିଗ ଦେଖିବା- ବୌଦ୍ଧିକ ପୁଞ୍ଜି (Intellectual capital), ଭିତ୍ତିଭୂମୀୟ ସୁବିଧା (Infrastructural facilities), ଶିକ୍ଷାଦାନ ଶୈଳୀ (Pedagogic system), ଔଦ୍ୟୋଗିକ ସହଯୋଗ (Industrial collaboration) ଓ ତଥାକଥିତ ’କ୍ୟାମ୍ପସ’ (Placement). କିନ୍ତୁ ଆମ ରାଜ୍ୟର ଅଧିକାଂଶ ଆଶାୟୀ ବିଦ୍ୟାର୍ଥୀ ଓ ତାଙ୍କ ଅଭିଭାବକଗଣ ଭାବନ୍ତି ଯେ ଯଦି କଲେଜର କେବଳ ଭଲ ’କ୍ୟାମ୍ପସ୍’ ଅଛି ତେବେ ହିଁ କଲେଜଟି ଭଲ କଲେଜ | ଜନସାଧାରଣଙ୍କ ଏଇ ଭାବନାକୁ (ବା ପ୍ରହେଳିକାକୁ) ଆଖିରେ ରଖି ରାଜ୍ୟର ବୈଷୟିକ ମହାବିଦ୍ୟାଳୟଗୁଡ଼ିକ ’କ୍ୟାମ୍ପସ’ ବିଷୟରେ ବିଜ୍ଞାପନ ଜୋର୍ସୋର୍ରେ କରନ୍ତି | ପ୍ରଶ୍ନ ଉଠେ ସତରେ କଣ, ’କ୍ୟାମ୍ପସ’ ଏତେଟା ଗୁରୂତ୍ୱପୂର୍ଣ୍ଣ | ଅଭିଧାନ ଅନୁଯାୟୀ ’କ୍ୟାମ୍ପସ’ ମାନେ ହତା, କିନ୍ତୁ ଉପସ୍ଥିତ ପରିପ୍ରେକ୍ଷୀରେ ’କ୍ୟାମ୍ପସ’ ମାନେ ହେଲା ବିଦ୍ୟାର୍ଥୀ ତାର ଶିକ୍ଷା-ଅବଧି ମଧ୍ୟରେ ଓ ପରିସମାପ୍ତି ପୂର୍ବରୁ ହତା ବାହାରକୁ ନଯାଇ କଲେଜ କର୍ତ୍ତୁପକ୍ଷଙ୍କ ଆୟୋଜନରେ ଆସିଥିବା କମ୍ପାନୀ ଦ୍ୱାରା ନିଯୁକ୍ତିଲାଭ କରିପାରିବା | ଅଧିକରୁ ଅଧିକତର କମ୍ପାନୀ କ୍ୟାମ୍ପସ୍-ଗସ୍ତ କରିବା ଓ ଅଧିକରୁ ଅଧିକ ବିଦ୍ୟାର୍ଥୀ ଅଧିକରୁ ଅଧିକତର ଆୟସାପେକ୍ଷ ନିଯୁକ୍ତି ହାସଲକରିପାରିବାଟା କଲେଜର ପାରଦର୍ଶିତା ବୁଝାଯାଏ | ଉପରୋକ୍ତ ଅନ୍ୟ ଚାରୋଟି ଦିଗର ମାନେ କିଛି ନଥାଏ | ତେଣୁ ଅନେକ କଲେଜ ନିଜନିଜ ଏଇ ପାରଦର୍ଶିତାର ବିଜ୍ଞାପନ କରି ବିଦ୍ୟାର୍ଥୀମାନଙ୍କୁ ଆକର୍ଷିତ କରିଥାଆନ୍ତି, ଶତକଡ଼ା ଅଙ୍କରେ ଚାକିରୀ ପାଇଥିବା ବିଦ୍ୟାର୍ଥୀ, ବାର୍ଷିକ ଦରମା ଓ ହତା-ଗସ୍ତରେ ଆସିଥିବା କମ୍ପାନୀମାନଙ୍କ ତାଲିକା ବିଜ୍ଞାପିତ କରିଥାଆନ୍ତି | ଏଇ ସମସ୍ତ ସୂଚନା ମୂଖ୍ୟତଃ ଭ୍ରମିକ ଓ ପଥଭ୍ରଷ୍ଟିକ, ଯେମିତି- ବାର୍ଷିକ ବେତନ ଦର୍ଶାଇବା ସମୟରେ ଜଣେ ବା ଦୁଇଜଣ ପାଇଥିବା ଅଧିକତମ ଦରମାକୁ ମାପଦଣ୍ଡ ହିସାବରେ ନେଇଥାଆନ୍ତି, ଦରମାଟି cost-to-company, pre-tax, ଅବା take-home ତାହା ଗୁପ୍ତ ରଖି ଥାଆନ୍ତି, ବା ମାସିକ ସ୍ଥାନରେ ବାର୍ଷିକ ବେତନ ଦର୍ଶାଇ ଥାଆନ୍ତି- ଏଇ ବର୍ଷ ଏକ ପ୍ରଖ୍ୟାତ କଲେଜର websiteରେ ବାର୍ଷିକ ଦରମା 2.4 ଲକ୍ଷ ଦର୍ଶାଯାଇଛି | ଯଦି ଏହା cost-to-company ହେଇଥିବ ତେବେ ମାସିକ ଆୟ ପନ୍ଦର ହଜାରରୁ ବେଶି ହେବନାହିଁ | GATE ପାଇଥିବା ଛାତ୍ରମାନଙ୍କୁ ଭାରତ ସରକାର ୟାଠୁ ଅଧିକ ବୃତ୍ତି ଦିଅନ୍ତି ଉଚ୍ଚଶିକ୍ଷା ନିମନ୍ତେ, ସାଧାରଣ କର୍ମଚାରୀଟିଏ ବି ଅଧିକ ବେତନ ପାଏ | ଜଣେ ଇନ୍ଜିନିୟରିଂ ଛାତ୍ର ନିମନ୍ତେ ମାସକୁ ପନ୍ଦର ହଜାର ବେତନ ଅତିଶୟ ନ୍ୟୁନ | ତଥାପି ଅଭିଭାବକମାନେ ନିଯୁକ୍ତି ପାଇବାର ଆଶ୍ୱାସନା ମିଳୁଥିବାରୁ ଏହିପ୍ରକାର କଲେଜରେ ଅଧିକ ଆଗ୍ରହ ପ୍ରକାଶ କରନ୍ତି | ସାଧାରଣତଃ ନିଯୁକ୍ତି ପାଇବାରେ ଅକୃତକାର୍ଯ୍ୟ ହେଇଥିବା ସଂଖ୍ୟା କଲେଜ ଦିଅନ୍ତି ନାହିଁ, ଜଣେ ମେଧାବୀ ଛାତ୍ର ଯଦି ଏକାଧିକ ନିଯୁକ୍ତି ପାଇଥାଏ ତେବେ କଲେଜ ସେସବୁ ପୃଥକ ଗଣତିରେ ନିଅନ୍ତି | ଅନେକ ଉଚ୍ଚମାନର ଶିକ୍ଷାଦାନ କରୁଥିବା କଲେଜର ଅଧିକାଂଶ ଛାତ୍ରଛାତ୍ରୀ ସ୍ନାତକୋତ୍ତରଶିକ୍ଷାର୍ଥେ ବିଦେଶଯାତ୍ରା କରନ୍ତି ଓ ’କ୍ୟାମ୍ପସ’ ପ୍ରଣାଳୀରେ ଭାଗନିଅନ୍ତି ନାହିଁ | ଅନ୍ୟପକ୍ଷରେ କେତେକ କଲେଜରେ ଛାତ୍ରଛାତ୍ରୀ ନ୍ୟୁନମାନର କ୍ୟାରିୟର ଥିବାରୁ’କ୍ୟାମ୍ପସ’ ପ୍ରଣାଳୀରେ ଭାଗନେବା ଯୋଗ୍ୟବିବେଚିତ ହୁଅନ୍ତି ନାହିଁ, ଏହିପ୍ରକାର ସୂଚନା ସାଧାରଣ ନାଗରିକଙ୍କୁ ଦର୍ଶାଯାଏନାହିଁ | ଏହାବ୍ୟତୀତ ଆଜିକାଲି ଯୁଗରେ ଜଣେ ଇଞ୍ଜିନିୟର ପ୍ରାୟ ୭୦ବର୍ଷ ବୟସ ପର୍ଯ୍ୟନ୍ତ ରୋଜଗାର କରିବା ସକ୍ଷମ, ତେଣୁ ଉତ୍ତୀର୍ଣ୍ଣ ହେବା ଉପରାନ୍ତ ଅନ୍ତତଃ ୫୦ ବର୍ଷ ରୋଜଗାର କରିବ | ତେଣୁ ଆଜିର ନିଯୁକ୍ତି ଯେ ଜୀବନର ୫୦ ବର୍ଷର ଭବିଷ୍ୟତକୁ ନିର୍ଦ୍ଧାରିତ କରିବ ତାହା ଆଶା କରିବା ଯୁକ୍ତିଯୁକ୍ତ କି? ଆହୁରି ଏକ ସ୍ୱର୍ଣ୍ଣନୀତି ହେଲା ଯେ କଠିନ ପରିଶ୍ରମ, ଅଧ୍ୟବସାୟ ଓ ସଚ୍ଚୋଟ ଭାବରେ ଶିକ୍ଷାଗ୍ରହଣ କରିଥିଲେ ଯେ କୌଣସି ବିଷୟ ହେଉନା’କାହିଁକି ନିଯୁକ୍ତି-ପ୍ରାପ୍ତି ସୁନିଶ୍ଚିତ | ଆଜିକାଲିର ଘରୋଇ ସଂସ୍ଥା ଗୁଡାକ ଭଲଭାବରେ ଜାଣନ୍ତି କାହାକୁ ନିଯୁକ୍ତି ଦେଲେ ଓ କେତେ ବେତନ ଦେଲେ ନିଜେ ଲାଭବାନ ହେବେ | ନୀଚମାନର ଶିକ୍ଷା ସହ ’କ୍ୟାମ୍ପସ’ ପ୍ରଣାଳୀ ନିଯୁକ୍ତି ଉଚ୍ଚମାନର ଶିକ୍ଷାର ବିକଳ୍ପ ନୁହେଁ | ଯଦି ଆମେ ଚାକିରି-ଜୀବନର ୫୦ବର୍ଷର ବିଶ୍ଳେଷଣକରିବା ତେବେ ’କ୍ୟାମ୍ପସ’ ଓ ଅଣ’କ୍ୟାମ୍ପସ’ ନିଯୁକ୍ତିରେ ବେତନର ପାର୍ଥକ୍ୟ ଶତକଡ଼ା ୫ ରୁ ଅଧିକ ନୁହେଁ ଓ ସେଇ ୫% ପାଇଁ ଆମେ ଆମର ଯୁବାପିଢୀକୁ ପାଠପଢା ଆଡକୁ ନ ପ୍ରବର୍ତ୍ତେଇ ଏହି ’କ୍ୟାମ୍ପସ’ ପ୍ରଣାଳୀ ଜନିତ ମୂଷାଦୌଡ଼ ଆଡକୁ ନେଇଯିବା କି? ଫଳସ୍ୱରୁପ, ଯେଉଁ ବୟସରେ ବିଦ୍ୟାର୍ଥୀ ତାର ଭବିଷ୍ୟତ ଜୀବନ ଗଠନ କରିବା କଥା, ନୈତିକ, ସାମାଜିକ ଆଦର୍ଶ ଅଭ୍ୟାସ କରିବା କଥା ସେଇ ବୟସରେ ସେ ଯେନତେନପ୍ରକାରେ ମାନେ କପି କରି ପାସ କରିବା, କଲେଜରେ ଦିଆହେଇଥିବାassignment/practical ନକରିବା, ଅନ୍ୟ କାହାର ପ୍ରୋଜେକ୍ଟ-ରିପୋର୍ଟ ନେଟ୍ରୁ ଡାଉନ୍ଲୋଡ଼୍ କରି ନିଜନାଆଁରେ ଜମାକରିବା ପରି ଅସତ୍ ପ୍ରଥା ଅବଲମ୍ବନ କରିବାରେ ଆମେ ପ୍ରୋତ୍ସାହିତ କରୁନାହୁଁ କି? ତାହା ବି କେବଳ ଅତି ସାମାନ୍ୟ ଆର୍ଥିକ ଲାଭ ନିମନ୍ତେ | ମୋର ଅଭିଜ୍ଞତାରୁ ମୁ ଯାହା ଜାଣେ, ଅନେକ ଆଇଟି-କମ୍ପାନୀ ଆସି ବହୁ ସଂଖ୍ୟାରେ କ୍ୟାମ୍ପସ ନିଯୁକ୍ତି ଦିଅନ୍ତି | ଏହି ସବୁ କମ୍ପାନୀ ସାଧାରଣତଃ ଆଇଟି-ସେବା-ଯୋଗାଣ କରିଥାଆନ୍ତି ଯାହାକି ବୁଦ୍ଧିହୀନ-ଚିରାଚରିତ କାର୍ଯ୍ୟ | ଫଳସ୍ୱରୁପ ଏପରିକି ସିଭିଲ୍-ବ୍ରାଞ୍ଚର ଛାତ୍ର ବି ଆଇଟି କମ୍ପାନୀରେ ନିଯୁକ୍ତି ପାଇଥାଏ | ଯଦିଓ ଏମାନେ ଆଇଟି-ଉଦ୍ୟୋଗ ସଂସ୍ଥା, ଉଚ୍ଚମାନର ଶିକ୍ଷାସଂସ୍ଥାର ଆଇଟି-ସଂପର୍କୀୟ ଛାତ୍ରସବୁ ଏହିପ୍ରକାର କମ୍ପାନୀର ହତା-ଗସ୍ତ ସମୟରେ ହଷ୍ଟେଲରୁ ବାହାରନ୍ତି ନାହିଁ , କାରଣ ସେମାନେ ଅତି ସାଧାରଣ କାର୍ଯ୍ୟ-ଦାୟିତ୍ୱ ଥିବା ନିଯୁକ୍ତି ନାପସନ୍ଦ କରନ୍ତି | ଅପରପକ୍ଷରେ ବୁଦ୍ଧିଦୀପ୍ତ ନିଯୁକ୍ତି ଦେଉଥିବା କମ୍ପାନୀ ପ୍ରାୟତଃ ଆମରାଜ୍ୟକୁ ଗସ୍ତରେ ଆସନ୍ତି ନାହିଁ | ସେମାନେ କ୍ୟାମ୍ପସକୁ ନ ଆସି ସିଧାସଳଖ ଭାବରେ ତାଙ୍କ ନିଜ ଅଫିସ-ହତାରେ ସାକ୍ଷାତ ଆୟୋଜନ କରି ନିଯୁକ୍ତି ଦିଅନ୍ତି | ତାଙ୍କର ବେତନ ହାର ଯଥେଷ୍ଟ ଅଧିକ |
ମୋ ମତରେ ଅଭିଭାବକମାନେ କଲେଜ ଚୟନ କଲାବେଳେ କେବଳ କ୍ୟାମ୍ପସ ଉପରେ ଗୁରୁତ୍ୱ ନଦେଇ ଅନ୍ୟସବୁ ଦିଗ ଦେଖି ଭାବିଚିନ୍ତି କଲେଜ ଚୟନ କରି ନିଜ ସନ୍ତାନମାନଙ୍କୁ ଉପଯୁକ୍ତ ବୈଷୟିକ ଜ୍ଞାନର ଶିକ୍ଷା ଆହରଣ କରାଇବାରେ ଦିଗଦର୍ଶନ କରନ୍ତୁ |
(Writer is the former VC of Sambalpur University)
22 November 2011
15 November 2011
13 November 2011
10 November 2011
Boita Bandana Utsav 2011 at India Gate
Odia cultural bonanza
is at its peak at India gate today. Odia people & connoisseur of art of Delhi
flocked together today morning to celebrate 8th Boita Bandana Utsav,
The traditional boat sailing festival of ancient Odisha, organized by Bal
Jagruti Association of Delhi, an association working for downtrodden people
since fifteen years.
The function started with traditional conch
blowing & Veda charting by Hrusikesh Panigrahi to an open & early
November sky of Delhi .The festival which falls on the full moon day of month
of Kartika being commemorated to remind the ancient maritime business of the then
kalinga sadhabas (Kalinga business community), who were supposed to begin their
maritime journey on this auspicious day. Apart from this, the association also
celebrates the “Rasa-Poornima” to observe the eternal dance repertoire of
Goddess Radha & Lord Krishna on this fool moon day, said Mr. Gobardhan Dhal,
the chairmen of Boita bandana Utsav & President of Bal Jagruti Association.
To observe this spiritual fervor traditional Odissi dance was performed on
stage by artists of Sankalp group choreographed by Kasturi pattnaik.which is
followed by Odissi Bhajan by Guru Hari Narayan & party.
Other important event organized by the
Association was well decorated boat sailing, where people sail on the boat to
commemorate the beginning of Sadhaba’s bonvoyage day.
To mark the memorable occasion Vaishnav
Parida,Hon’ble MP,Amarendra Khatua,Suryamani Khuntia,N.K.Sahu,Shreedev
Nanda,Dr.Arun Kumar Ratha,G S Pattnayak ,Prof.Monika Dash,P K Hota,P K
Mohapatra,Tushar Mohapatra were present and participate the festival.
08 November 2011
05 November 2011
Aswini Rath
![]() |
Cartoonist Aswini Rath |
Dr.Aswini Rath is a Botanist by profession and cartoonist by passion.His cartoons are published in Daily Newspapers ,Magazines and periodicals.Like his cartoons his little poems convey great things to the reader.He is an expert in communicating a vast thing in a small creation.
28 October 2011
27 October 2011
25 October 2011
24 October 2011
23 October 2011
21 October 2011
20 October 2011
ବନ୍ଦେ ଉତ୍କଳ ଜନନୀ(Bande Utkala Janani)
ଚାରୁ ହାସମୟୀ ଚାରୁ ଭାଷମୟୀ,
ଜନନୀ, ଜନନୀ, ଜନନୀ
ବନ୍ଦେ ଉତ୍କଳ ଜନନୀ ॥
ପୂତ-ପୟୋଧି-ବିଧୌତ-ଶରୀରା,
ତାଳତମାଳ-ସୁଶୋଭିତ-ତୀରା,
ଶୁଭ୍ରତଟିନୀକୂଳ-ଶୀକର-ସମୀରା,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ॥
ଘନ ଘନ ବନଭୂମି ରାଜିତ ଅଙ୍ଗେ,
ନୀଳ ଭୂଧରମାଳା ସାଜେ ତରଙ୍ଗେ,
କଳ କଳ ମୁଖରିତ ଚାରୁ ବିହଙ୍ଗେ,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ॥
ସୁନ୍ଦର ଶାଳି-ସୁଶୋଭିତ-କ୍ଷେତ୍ରା,
ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା,
ଯୋଗୀଋଷିଗଣ-ଊଟଜ-ପବିତ୍ରା,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ॥
ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା,
ଚାରୁକଳାବଳି-ଶୋଭିତ-ବେଶା,
ପୁଣ୍ୟ ତୀର୍ଥମୟ-ପୂର୍ଣ୍ଣ-ପ୍ରଦେଶା
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ॥
ଉତ୍କଳ ସୁରବର-ଦର୍ପିତ-ଗେହା,
ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା,
ବିଶ୍ବଭୂମଣ୍ଡଳ-କୃତବର-ସ୍ନେହା,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ॥
କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା,
ଭୁବନ ବିଘୋଷିତ-କୀର୍ତ୍ତି ଅନିନ୍ଦ୍ୟା,
ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ॥|
—କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
English transliteration
BANDE UTKALA JANANI,
CHARU HASMAYI CHARU BHASAMAYI,
JANANI, JANANI, JANANI,
BANDE UTKALA JANANI॥
PUTA-PAYODHI-BIDHYOTA-SHARIRA,
TALATAMALA-SUSOBHITA-TIRA,
SHUBHRA TATINIKULA-SHIKARA-SHAMIRA,
JANANI, JANANI, JANANI,
BANDE UTKALA JANANI॥
GHANA BANA BHUMI RAJITAANGE,
NILA BHUDH ARAMALA SAJE TARANGE,
KALAKALA MUKHRITA CHARU BIHANGE,
JANANI, JANANI, JANANI,
BANDE UTKALA JANANI॥
SUNDARASHALI-SUSOBHITA-KSHETRA,
GNYANA BIGNYANA-PRADARSHITA-NETRA,
JOGI RUSHIGANA UTAJA-PABITRA,
JANANI, JANANI, JANANI
BANDE UTKALA JANANI॥
SUNDARA MANDIRA MANDITA-DESHA,
CHARU KALABALI-SHOBHITA-BESHA,
PUNYA TIRTHACHAYA-PURNA PRADESHA,
JANANI, JANANI, JANANI,
BANDE UTKALA JANANI॥
UTKALA SURABARA-DARPITA-GEHA,
ARIKULA-SHONITA-CHARCHITA-DEHA,
BISWA BHUMANDALA-KRUTABAR-SNEHA,
JANANI, JANANI, JANANI,
BANDE UTKALA JANANI॥
KABIKULAMOULI SUNANDANA-BANDYA,
BHUBANA BIGHOSHITA-KIRTI ANINDYA,
DHANYE, PUNYE, CHIRA SHARANYE,
JANANI, JANANI, JANANI,
BANDE UTKALA JANANI॥
—Kantakabi Laxmikanta Mohapatra
English translation
I adore Thee, O'Mother Utkal
How loving are Thy smile and voice !
O'Mother, Mother, Mother !
Bath’d art Thou by the sacred Sea,
Thy shores adorned with trees tall and green,
Balmy breeze blowing by beauteous streams,
O’Mother, Mother, Mother !
Thy body bedeck’d with dense woodlands,
Arrayed with verdant hills plaited like waves,
Thy sky ringing with choirs of singing birds,
O'Mother, Mother, Mother !
How charming are Thy rich fields of corn !
Thou art Eye to Erudition enow,
Sacred Abode to saints and seers,
O'Mother, Mother, Mother !
Thy land bejewelled with splendid shrines,
Richly dress'd art Thou in varied arts,
Thy limbs studded with sacred sites,
O'Mother, Mother, Mother !
Thou Home to the valiant heroes of Utkal,
Thy frame crimsoned with enemies' blood,
Prime Darling of the whole universe,
O'Mother, Mother, Mother !
Greeted by Thy great sons, the crowning bards,
Thy untarnished glory proclaimed all around,
Blessed art Thou, the Holy, the Unfalling Abode,
I adore Thee, O'Mother, Mother, Mother !
—Kantakabi Laxmikanta Mohapatra
(Bande Utkala Janani is the state Song of Odisha written by Kantakabi Laxmikanta Mohapatra)
ଜନନୀ, ଜନନୀ, ଜନନୀ
ବନ୍ଦେ ଉତ୍କଳ ଜନନୀ ॥
ପୂତ-ପୟୋଧି-ବିଧୌତ-ଶରୀରା,
ତାଳତମାଳ-ସୁଶୋଭିତ-ତୀରା,
ଶୁଭ୍ରତଟିନୀକୂଳ-ଶୀକର-ସମୀରା,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ॥
ଘନ ଘନ ବନଭୂମି ରାଜିତ ଅଙ୍ଗେ,
ନୀଳ ଭୂଧରମାଳା ସାଜେ ତରଙ୍ଗେ,
କଳ କଳ ମୁଖରିତ ଚାରୁ ବିହଙ୍ଗେ,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ॥
ସୁନ୍ଦର ଶାଳି-ସୁଶୋଭିତ-କ୍ଷେତ୍ରା,
ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା,
ଯୋଗୀଋଷିଗଣ-ଊଟଜ-ପବିତ୍ରା,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ॥
ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା,
ଚାରୁକଳାବଳି-ଶୋଭିତ-ବେଶା,
ପୁଣ୍ୟ ତୀର୍ଥମୟ-ପୂର୍ଣ୍ଣ-ପ୍ରଦେଶା
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ॥
ଉତ୍କଳ ସୁରବର-ଦର୍ପିତ-ଗେହା,
ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା,
ବିଶ୍ବଭୂମଣ୍ଡଳ-କୃତବର-ସ୍ନେହା,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ॥
କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା,
ଭୁବନ ବିଘୋଷିତ-କୀର୍ତ୍ତି ଅନିନ୍ଦ୍ୟା,
ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ॥|
—କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
English transliteration
BANDE UTKALA JANANI,
CHARU HASMAYI CHARU BHASAMAYI,
JANANI, JANANI, JANANI,
BANDE UTKALA JANANI॥
PUTA-PAYODHI-BIDHYOTA-SHARIRA,
TALATAMALA-SUSOBHITA-TIRA,
SHUBHRA TATINIKULA-SHIKARA-SHAMIRA,
JANANI, JANANI, JANANI,
BANDE UTKALA JANANI॥
GHANA BANA BHUMI RAJITAANGE,
NILA BHUDH ARAMALA SAJE TARANGE,
KALAKALA MUKHRITA CHARU BIHANGE,
JANANI, JANANI, JANANI,
BANDE UTKALA JANANI॥
SUNDARASHALI-SUSOBHITA-KSHETRA,
GNYANA BIGNYANA-PRADARSHITA-NETRA,
JOGI RUSHIGANA UTAJA-PABITRA,
JANANI, JANANI, JANANI
BANDE UTKALA JANANI॥
SUNDARA MANDIRA MANDITA-DESHA,
CHARU KALABALI-SHOBHITA-BESHA,
PUNYA TIRTHACHAYA-PURNA PRADESHA,
JANANI, JANANI, JANANI,
BANDE UTKALA JANANI॥
UTKALA SURABARA-DARPITA-GEHA,
ARIKULA-SHONITA-CHARCHITA-DEHA,
BISWA BHUMANDALA-KRUTABAR-SNEHA,
JANANI, JANANI, JANANI,
BANDE UTKALA JANANI॥
KABIKULAMOULI SUNANDANA-BANDYA,
BHUBANA BIGHOSHITA-KIRTI ANINDYA,
DHANYE, PUNYE, CHIRA SHARANYE,
JANANI, JANANI, JANANI,
BANDE UTKALA JANANI॥
—Kantakabi Laxmikanta Mohapatra
English translation
I adore Thee, O'Mother Utkal
How loving are Thy smile and voice !
O'Mother, Mother, Mother !
Bath’d art Thou by the sacred Sea,
Thy shores adorned with trees tall and green,
Balmy breeze blowing by beauteous streams,
O’Mother, Mother, Mother !
Thy body bedeck’d with dense woodlands,
Arrayed with verdant hills plaited like waves,
Thy sky ringing with choirs of singing birds,
O'Mother, Mother, Mother !
How charming are Thy rich fields of corn !
Thou art Eye to Erudition enow,
Sacred Abode to saints and seers,
O'Mother, Mother, Mother !
Thy land bejewelled with splendid shrines,
Richly dress'd art Thou in varied arts,
Thy limbs studded with sacred sites,
O'Mother, Mother, Mother !
Thou Home to the valiant heroes of Utkal,
Thy frame crimsoned with enemies' blood,
Prime Darling of the whole universe,
O'Mother, Mother, Mother !
Greeted by Thy great sons, the crowning bards,
Thy untarnished glory proclaimed all around,
Blessed art Thou, the Holy, the Unfalling Abode,
I adore Thee, O'Mother, Mother, Mother !
—Kantakabi Laxmikanta Mohapatra
(Bande Utkala Janani is the state Song of Odisha written by Kantakabi Laxmikanta Mohapatra)
19 October 2011
କବିତା(Kabita)
କବିତା
କବିତା ଗୋ ତୁମ ସ୍ମୁତିରେ ଆଜିମୁଁ
କବିତା ଲେଖୁଛି ବସି
ମନେପଡେ ତୁମ ଗଲା ଦିନ କଥା
ଚାଲି ଗଲ ହସି ହସି--୧
ମନେ ପୁରିଥିଲା ଅସରନ୍ତି କୋହ
ହୃଦୟେ ବିରହ ରାଗ
ମୋଠୁ ଏସବୁକୁ ଲୁଚାଈବା ପାଇଁ
ଚାଲିଗଲତୁମେ ଆଗ--୨
ନୟନର ବାରି ଝରିବା ଆଗରୁ
ଲୁଚାଇ କାନିର ଧାରେ
ମିଛେ ହସିବର ଛଳନା ଯା କଲ
ତା’କି ମୁଁ ନଜାଣି ପାରେ--୩
ଗଲା ଦିନ କଥା ଭୁଲି ଯିବା ପାଇଁ
ଦେଇ ଗଲ ଉପଦେଷ
କହି ଥିଲ ତୁମେ ଦୂରେ ଡାକି ନେଇ
ନଧରିବାକୁ ତ ଦୋଷ--୪
ମୁଁ ଜାଣେ ଏପାଇଁ ତୁମେ ଦୋଷ ଦେଇ
କିଛି ଲାଭ ହେବ ନାହିଁ
ହେଲେ ମୋ ମନଟା ଯେତେ ବୁଝାଲେ
ଯମା କଥା ମାନେ ନାହିଁ--୫
By:Kamal Kumar Dash
18 October 2011
Subscribe to:
Posts (Atom)