25 October 2013

Love (ପ୍ରେମ) :odia kabita


ପ୍ରେମ
ପ୍ରେମ ଏକ ଅନୁଭୁତି
ନିଛାଟିଆ ଜହ୍ନ ରାତି
ନିଛକ ମନ ତଳର
ଖଟା ମିଠା ସେତ ପ୍ରିତୀ—୧
ଉଦାସିଆ ମରୁଭୁମି
ହାରା ଭରା ଚାଷ ଜମି
ଆଷଢ ର ବର୍ଷା ପରେ
ଏକ ତୋଫା ଜହ୍ନ ରାତି—୨
ଝଡ ଟା ଥମିଲା ପରେ
ଶୀତୁଆ ପବନ ଧାରେ
ସେ ନରମ ପରଶ ରେ
ଊଷ୍ମ୍ତା ର କିଛି ତାତି—୩
ନୁଆ ନୁଆ ଜୀବନରେ
ଜହ୍ନ ଛାଈ ଆଲୁଅରେ
ଲୁଚକାଳି ଖେଳିବାର
ନୁଆ ଏକ ଅନୁଭୁତି—୪
ଛାତିର ଗହିରୀ ତଳେ
ମରମ ର ସ୍ନେହ ଢାଳି
ମିଠା ମିଠା କଥ ଆଉ
ନଭୁଲିବା ଅନୁଭୁତି--୫

Nice Odia poem by Kamal Kumar Dash

2 comments: