03 April 2012

ଦୂହିତା ର ସ୍ଵର (Voice Of A Girl)

ତୁ ଖୁନ୍ଦିଖୁନ୍ଦି ଭରି ଦେଇଛୁ

ମୋ ଦେହ ରେ ସଂସ୍କାର ତୋର


ଆଖିରେ ଲେସି ଦେଇଛୁ

 
ଲଜ୍ଜ୍ୟା ର କଜ୍ଜଳ


ମନ ଭରି କାନ ରେ କହିଦେଇଛୁ


କେମିତି ମନ ନେଇ ଚଳିବାକୁ ହୁଏ ସମସ୍ତ ଙ୍କର


ମୁଁ ଚାଲିଆସେ ତୋ ଅଗଣା ଡେଇଁ


ସବୁଦିନ ପାଇଁ ପର ହେବାର ଅଳତା ପାଦ ରେ ନାଇ



ଡିଏଁ ନୂଆଁ ଗୋଟେ ଏରୁଣ୍ଡି ବନ୍ଧ

କାନିରେ ବନ୍ଧା ତୋ ଆଦର୍ଶ କୁ ନେଇ


ହେଲେ ଜାଣି ନଥାଏ


ମୋ ସହିତ ଚାଲିଆସିଥାଏ


ତୋ ବ୍ୟାକୁଳ ନୟନ ଦୁଇ


ମୋ ସିନ୍ଧୁକ ରେ ବନ୍ଦ ହୋଇ


ଝରିପଡେ ତୋ ଆଖିରୁ ଖୁସି ର ଅଶ୍ରୁ ସେଦିନ


ଯେବେ ତୁ ଦେଖିନେଉ ମୋ ଗଳା ରେ ଲମ୍ବିଛି


ସ୍ଵର୍ଣ ପଦକ ଟେ,ସର୍ବ ଗୁଣା ସମ୍ପୂର୍ଣା ର


ଦୀର୍ଘ ନିଃଶ୍ବାସ ଟେ ପରେ ବ୍ୟକ୍ତ କରୁ ତୁ


ମା ଭାବେ ଜୀବନ ଆଜି ସାର୍ଥକ ତୋର 


ହେଲେ

 ,
ଯଦି ନ ମିଳେ ସେଇ ପଦକ ଟି.?

ତେବେ ......
ତେବେ,ଝରାଇବୁନି ଆଖିରୁ ଲୁହ


କରିବୁନି ମନ ଊଣା
ତୋ ସଂସ୍କାର ରେ ରହିଗଲା ଅଭାବ ଭାବି


ଭାବିନେବୁ....

..
ମୁଁ, ମୋ ଦେହ ର ମଳି କୁ ଧୋଉ ଧୋଉ


ଭୁଲ ରେ ଧୋଇ ଦେଇଆସିଛି 


ତୋ ସଂସ୍କାର ସବୁ ସେଇ ଅଗଣା ରେ 


ମୋ ହଳଦୀ ପାଣି ର ଗାଧୁଆ ବେଳେ
.......



By:Julee Behera

5 comments: