30 March 2012

ନାରୀ (Woman)

ସେମାନେ ସମସ୍ତେ ଲାଗି ପଡିଚନ୍ତି

ମାପିବାରେ ତାକୁ

 ...
ଗୋଟେ ଗୋଟେ ମାପ ଫିତା ଧରି



ସମସ୍ତେ ଭାରି ମଗ୍ନ

ହେଲେ କାଇଁ କିଛି ବି ତ ଏଯାଏଁ


ମାପି ପାରିଲେନି ସେମାନେ ...


ନା ତାର ହସ କୁ


ନା ତା ଭିତର ର ରହସ୍ୟ କୁ


ନା ତା ହୃଦୟ ର ଗଭୀରତା କୁ ...


ଯେତେ ଚେଷ୍ଟା କଲେ ବି


ମାପି ପାରିଲେନି ତାର ପ୍ରେମ ର ରଂଗ କୁ


ନା ତାର ମମତା ର ଧାର କୁ


କି ତାର ସହନଶିଳତା କୁ


ଆଉ ତାର ଅସୁମାରୀ ଶକ୍ତି କୁ


ସଭିଂକର ଅଲକ୍ଷ ରେ ତା ଛାତି ତଳେ


ଜମାଟ ବାନ୍ଧି ଥିବା କୋହ ର ଭାର କୁ


ବି କୋଉଠି ମାପି ପାରିଲେ ...


ତା ଢଳ ଢଳ ଆଖି ତଳେ


ସାଇତା ହେଇଥିବା ଅସୁମାରୀ ସ୍ବପ୍ନ କୁ


ବି କେହି ପାରିଲେନି ମାପି


ତଥାପି ସେମାନେ ସମସ୍ତେ ଲାଗିଚନ୍ତି


କେଉଁ ଅନାଦି କାଳ ରୁ


ଲାଗିଥାନ୍ତୁ ସେମାନେ 

...
ଏବେ ତ ସେମାନେ ଭାରି ଥକା


ଆଉ ହତାଶିଆ ଦିଶିଲେଣି...


ସବୁ କଥା କଣ ମାପି ହୁଏ ?


ନା ଚନ୍ଦ୍ର କୁ ହାତ ବଢେଇ ପାରେ


କେବେ ବାମନ ?


ସେଇ ବାମନମାନେ ଖାଲି ଜାଣିଚନ୍ତି ତ


ତାର ଦେହ ଚାରି ପଟେ ଗୁଡେଇ ହେଇଥିବା


ତା ବାର ହାତ ଲୁଗା କଥା

 ...
ତା ଚାରି ହାତ ଓଢ଼ଣା ତଳ ର


ସାପ ପରି ଲମ୍ବା ତାର ବେଣୀ କୁ


ତା ପାଉଁଜ ର ରୁଣୁ ଝୁଣୁ ଶବ୍ଦ ସାଂଗେ


ଛୋଟ ଛୋଟ ପାହୁଣ୍ଡ ରେ


ତା ଥିରି ଥିରି ଚାଲି କଥା ...


ଆଉ ସେମାନେ ଜାଣିଚନ୍ତି


ସେ ଚୀର ଦିନ ଲାଗି ଶୋଇଗଲା ପରେ



ତା ଦେହ ତଳ ର ସେଇ କେତେ ଚାଖଣ୍ଡ

ଭୁଇଁ ର ମାପ କଥା .....



By:Nibedita Mishraguru

No comments:

Post a Comment