19 October 2011

କବିତା(Kabita)



କବିତା

କବିତା ଗୋ ତୁମ ସ୍ମୁତିରେ ଆଜିମୁଁ


କବିତା ଲେଖୁଛି ବସି


ମନେପଡେ ତୁମ ଗଲା ଦିନ କଥା



ଚାଲି ଗଲ ହସି ହସି--୧

ମନେ ପୁରିଥିଲା ଅସରନ୍ତି କୋହ


ହୃଦୟେ ବିରହ ରାଗ


ମୋଠୁ ଏସବୁକୁ ଲୁଚାଈବା ପାଇଁ


ଚାଲିଗଲତୁମେ ଆଗ--୨


ନୟନର ବାରି ଝରିବା ଆଗରୁ


ଲୁଚାଇ କାନିର ଧାରେ 



ମିଛେ ହସିବର ଛଳନା ଯା କଲ

ତା’କି ମୁଁ ନଜାଣି ପାରେ--୩


ଗଲା ଦିନ କଥା ଭୁଲି ଯିବା ପାଇଁ


ଦେଇ ଗଲ ଉପଦେଷ


କହି ଥିଲ ତୁମେ ଦୂରେ ଡାକି ନେଇ


ନଧରିବାକୁ ତ ଦୋଷ--୪


ମୁଁ ଜାଣେ ଏପାଇଁ ତୁମେ ଦୋଷ ଦେଇ


କିଛି ଲାଭ ହେବ ନାହିଁ


ହେଲେ ମୋ ମନଟା ଯେତେ ବୁଝାଲେ


ଯମା କଥା ମାନେ ନାହିଁ--୫



By:Kamal Kumar Dash

No comments:

Post a Comment