27 January 2012

ତୁ ମୋ ମା ଓଡିଶା(Tu Mo Ma Odisha)


ଦେଖିଛି ତୋତେ ମୁଁ ମହାନଦୀ ଧାରେ , କୋଣାର୍କ ପଥର ଦେହ ରେ
ଖୋଜିଛି ତୋତେ ମୁଁ ସୁନାମୀ ଦାଉ ରେ , ଦୟା ନଦୀ ରକ୍ତ ସୁଅରେ ...

ଭାବିଛି ତୋ କଥା ପଦୁଂଅ ତୁଠ ରେ , କିଆ କେତକୀ ର ବେଳା ରେ
ଭାସିଛି ତୋ ପାଇଁ ଚିଲିକା ଢେଉ ରେ , ସାତ କୋଶିଆ ଗଣ୍ଡ ରେ ...

ଖେଳିଛି ତୋ ପୁରୀ ସମୁଦ୍ର ବେଳା ରେ , ବୁଲିଚୀ ନନ୍ଦନ କାନନେ
ବୁଲିଛି ଭିତର କନିକା ଜଙ୍ଗଲେ, ଭାସିଛି ଅଠର ନଳା ରେ ...

ହେରିଛି ତୋ କଳା ତାରକସି ଗୁଣେ, ପିପିଲି ର ରଙ୍ଗ ଚାନ୍ଦୁଆ ରେ
ଝୁରିଛି ତୋତେ ମୁଁ ବାରଶ ବଢେଇ ଆଉ କଳା ପାହାଡ ର ଧ୍ବଂସ ରେ...

ଖାଇଛି ମୁଁ ରସଗୋଲା ଛେନାପୋଡ, ଆଡିସା କାକରା ପୁଳୀ କୁ
ରାନ୍ଧିଛି ଆମ୍ବୀଳା କାଞ୍ଜି ଓ ସନ୍ତୁଳା ଡାଲମା ବେଶର ବଟା କୁ ...

ମାତିଛି ଯେ ରଥ ଯାତରା ଭିଡରେ, ହୋଲୀ ଦୋଳ ଦିପାବଳୀ ରେ
ଭାଙ୍ଗିଛି କନ୍ଦଳ ଭାଇ ଭାଗାରୀ ରେ , ସାହୀ ପଡିଶା ର ଦ୍ବନ୍ଦ ରେ ....

ହଜାଇଛି ନିଜେ , ନିଜର ବ୍ୟଥା କୁ ଯୁଗେ ଯୁଗେ ଦେଖି ତୋ ଦୁଃଖ କୁ
ପଠାଇଛି ବାରତା ଏ ମରମ କଥା , ତୋହରୀ ସନ୍ତାନ ମାନଙ୍କୁ...

ବୁଝେଇଛି ତୋର ପୁରୁବ ର ଶିରୀ , କଥା ଗୌରବ ଗାଥା କୁ
ଦେଖାଉଛି ତୋର ବୀର ସନ୍ତାନ ରେ , ତୋର ହୃଦ ମନ ବ୍ୟଥା କୁ

କହୁଛି ତୋତେ ମୁଁ , ତୁ ମୋ ସଂସାର , ତୁ ମୋ ମା ଓଡିଶା
ଲେଖୁଛି ତୋ ଗୁଣ , ସରୁ ନାହିଁ କଥା , କେହି ନୁହେଁ ତୋର ସରିଶା ...   

ପ୍ରଶାନ୍ତ କୁମାର ଭୂୟାଁ , ଟରୋଣ୍ଟୋ, କାନାଡା

No comments:

Post a Comment