Odia Kabita
Read at odia Blog.
Odia Gapa
Read at odia Blog.
Odia Cartoon
Read at odia Blog.
Odia Book
Read at odia Blog.
Odia Short Story
Read at odia Blog.
17 September 2012
17 August 2012
23 June 2012
07 June 2012
Damburudhar Pattnaik
Damburudhar Pattnaik is a Odia writer. He mostly writes satirical poems ,thoughts in lighter vein and popularly known as Dambaru Baba in literary field of Odisha.
Books written by Damburudhar Baba:
04 June 2012
30 May 2012
BSE Orissa result 2012
Where to check BSE Odisha result online:
http://orissaresults.nic.in/Matric results on SMS: OHSB space rollno to 5733, OR10 space rollno to 56767999 or 56300.
28 May 2012
CHSE result 2012
Where to check online result :
26 May 2012
22 May 2012
18 May 2012
Lopamudra Panda
09 May 2012
03 May 2012
Matira mahaka Odia Kabita
This odia poem Matira mahaka is written by Aswini rath .This poem shows how fragrance of the soil can motivate a poet to write a nice poem like this.
ETV Odia Live
01 May 2012
18 April 2012
17 April 2012
11 April 2012
List of All Odia News papers and E Papers
09 April 2012
କ୍ୟାନଭାସ (Canvas)
କେଜାଣି ଆଙ୍କୁ ଆଙ୍କୁ କେମିତି ଆଙ୍କି ଦେଲି
ମୋ କ୍ୟାନଭାସ ଉପରେ...
ଅବିକଳ ତୁମ ପରି ଦିଶୁଥିବା ମୁହଁ ଟିଏ
ଏଥର ଥିଲା ରଙ୍ଗ ଦେବା ପାଳି
ଭାବିଲି ଭୁଲ ରେ ହଉ ପଛେ
ଆଙ୍କି ତ ସାରିଲିଣି
କିନ୍ତୁ ଭୁଲ ରେ ବି ଯେମିତି ନ ଭରି ଦିଏ
ତୁମ ପ୍ରତାରଣା ଭରା ହୃଦୟ ରେ,
ପୁଣି ଥରେ ପ୍ରତାରଣା ର ରଙ୍ଗ ଟିଏ
ସତରେ .....................
ମୋ କ୍ୟାନଭାସ ରେ ଥରେ ଛବି ଟେ ହେଲା ପରେ
ଏବେ ମୁଁ ସଜେଇ ପାରିବି ତୁମ କୁ ମୋ ମନ ମୁତାବକ
ଭରି ଦେବି,ତୁମ କୋଣେ ଅନୁକୋଣେ
ମୋ ପ୍ରେମ ର ଗୋଲାପି ରଙ୍ଗ
ଏମିତି ବାନ୍ଧି ରଖବି
ସମ୍ପର୍କ ର ସବୁଜିମା ଡୋର ରେ
ଆଉ ତୁମେ ଯାଇପାରିବନି
ମୋ ଭଲପାଇବାର ଗାଢ ନାଲି ବଳୟ ଭିତରୁ ମୁକୁଳି
ମୋ ରଙ୍ଗଭରା ଦୁନିଆ କୁ ଥରେ ଆସିଗଲା ପରେ
ଆଉ ତ ନାହଁ ତୁମେ ତୁମ ଅକ୍ତିଆରେ ଯେ
ଯେବେ ଇଚ୍ଛା ଚାଲି ଯିବ ମତେ ଏକା କରି
ଭାବୁଛି ..............................
ମୋ ମନ ଟା ବି ହେଇନଥାନ୍ତା କି ସାଧା କ୍ୟାନଭାସ ଟିଏ
ଥରେ ତୁମ ଛବି ଟେ ସେଠି ଆଙ୍କି ଦେଲା ପରେ
ନା ତୁମେ ବାହାରି ପାରିଥାନ୍ତ
ନା କେହି ନେଇପାରିଥାନ୍ତେ
ତୁମ କୁ ମୋ ପାଖରୁ ଛଡେଇ
କେବଳ ମୋର ଆଉ ମୋର ହୋଇ ରହି ଯାଇଥା'ନ୍ତ
ସରା ଜୀବନ ପାଇଁ
ସେଇ ମୋ ମନ କ୍ୟାନଭାସ.ର ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ
07 April 2012
Top 10 Odia Facebook Groups
Sl No | Group Name | Members | Admin | Remark |
1 | 38633 | 11 | This is an initiative by Odia Group - NuaOdisha Cultural Society to Promote Arts & Crafts, Culture, Tourism, Festivals, Recipe,News of our State Odisha. | |
2 | 33524 | 10 | This forum's objective is development of Odisha and raising a voice against the ignorance towards Odia people. Please post relevant topics related to Odisha / matter of (inter)national importance and discuss constructively. | |
3 | 27871 | 8 | This is a forum to reflect on everything Odisha can pride upon - from Her glorious cultural heritage to multifarious achievements of Odias today. | |
4 | 15328 | 2 | The number of administrators of this group should be increased. | |
5 | 10014 | 5 | THIS GROUP IS AN OPEN GROUP. ANYONE WHO LOVES SAMBALPUR ..WANTS TO KNOW ABOUT SAMBALPUR..CAN BE A MEMBER OF THIS GROUP. | |
6 | 9628 | 6 | The group should be given a username | |
7 | 7112 | 18 | Sambalpur First is a community which is development oriented and focused to Sambalpur. | |
8 | 7029 | 3 | This is the Official Group of Ollywood - Odia film Industry. | |
9 | 11364 | 15 | Share and promote the culture, tradition,dance,jatras,odia films ,nature, fairs and festival, arts and crafts, temples and monuments, wildlife, tourist destination, tribal heritage, waterfalls, lakes, beaches, cuisine of Odisha with rest of the world.We also work for development and welfare of odisha. | |
10 | 1685 | 5 | The members are very less but the initiative is highly recommendable. |
The number of members and admins are last updated on 23rd May 2012.The readers are requested to submit more odia Facebook groups.I will analyze them and enclose the top groups in the above list.
Article By : Jitendra Nayak
06 April 2012
05 April 2012
03 April 2012
ଦୂହିତା ର ସ୍ଵର (Voice Of A Girl)
ମୋ ଦେହ ରେ ସଂସ୍କାର ତୋର
ଆଖିରେ ଲେସି ଦେଇଛୁ
ଲଜ୍ଜ୍ୟା ର କଜ୍ଜଳ
ମନ ଭରି କାନ ରେ କହିଦେଇଛୁ
କେମିତି ମନ ନେଇ ଚଳିବାକୁ ହୁଏ ସମସ୍ତ ଙ୍କର
ମୁଁ ଚାଲିଆସେ ତୋ ଅଗଣା ଡେଇଁ
ସବୁଦିନ ପାଇଁ ପର ହେବାର ଅଳତା ପାଦ ରେ ନାଇ
ଡିଏଁ ନୂଆଁ ଗୋଟେ ଏରୁଣ୍ଡି ବନ୍ଧ
କାନିରେ ବନ୍ଧା ତୋ ଆଦର୍ଶ କୁ ନେଇ
ହେଲେ ଜାଣି ନଥାଏ
ମୋ ସହିତ ଚାଲିଆସିଥାଏ
ତୋ ବ୍ୟାକୁଳ ନୟନ ଦୁଇ
ମୋ ସିନ୍ଧୁକ ରେ ବନ୍ଦ ହୋଇ
ଝରିପଡେ ତୋ ଆଖିରୁ ଖୁସି ର ଅଶ୍ରୁ ସେଦିନ
ଯେବେ ତୁ ଦେଖିନେଉ ମୋ ଗଳା ରେ ଲମ୍ବିଛି
ସ୍ଵର୍ଣ ପଦକ ଟେ,ସର୍ବ ଗୁଣା ସମ୍ପୂର୍ଣା ର
ଦୀର୍ଘ ନିଃଶ୍ବାସ ଟେ ପରେ ବ୍ୟକ୍ତ କରୁ ତୁ
ମା ଭାବେ ଜୀବନ ଆଜି ସାର୍ଥକ ତୋର
ହେଲେ
,
ଯଦି ନ ମିଳେ ସେଇ ପଦକ ଟି.?
ତେବେ ......
ତେବେ,ଝରାଇବୁନି ଆଖିରୁ ଲୁହ
କରିବୁନି ମନ ଊଣା
ତୋ ସଂସ୍କାର ରେ ରହିଗଲା ଅଭାବ ଭାବି
ଭାବିନେବୁ....
..
ମୁଁ, ମୋ ଦେହ ର ମଳି କୁ ଧୋଉ ଧୋଉ
ଭୁଲ ରେ ଧୋଇ ଦେଇଆସିଛି
ତୋ ସଂସ୍କାର ସବୁ ସେଇ ଅଗଣା ରେ
ମୋ ହଳଦୀ ପାଣି ର ଗାଧୁଆ ବେଳେ.......
01 April 2012
Odisha Day(Utkal Divas)2012 Celebration New Delhi
30 March 2012
ନାରୀ (Woman)
ମାପିବାରେ ତାକୁ
...
ଗୋଟେ ଗୋଟେ ମାପ ଫିତା ଧରି
ସମସ୍ତେ ଭାରି ମଗ୍ନ
ହେଲେ କାଇଁ କିଛି ବି ତ ଏଯାଏଁ
ମାପି ପାରିଲେନି ସେମାନେ ...
ନା ତାର ହସ କୁ
ନା ତା ଭିତର ର ରହସ୍ୟ କୁ
ନା ତା ହୃଦୟ ର ଗଭୀରତା କୁ ...
ଯେତେ ଚେଷ୍ଟା କଲେ ବି
ମାପି ପାରିଲେନି ତାର ପ୍ରେମ ର ରଂଗ କୁ
ନା ତାର ମମତା ର ଧାର କୁ
କି ତାର ସହନଶିଳତା କୁ
ଆଉ ତାର ଅସୁମାରୀ ଶକ୍ତି କୁ
ସଭିଂକର ଅଲକ୍ଷ ରେ ତା ଛାତି ତଳେ
ଜମାଟ ବାନ୍ଧି ଥିବା କୋହ ର ଭାର କୁ
ବି କୋଉଠି ମାପି ପାରିଲେ ...
ତା ଢଳ ଢଳ ଆଖି ତଳେ
ସାଇତା ହେଇଥିବା ଅସୁମାରୀ ସ୍ବପ୍ନ କୁ
ବି କେହି ପାରିଲେନି ମାପି
ତଥାପି ସେମାନେ ସମସ୍ତେ ଲାଗିଚନ୍ତି
କେଉଁ ଅନାଦି କାଳ ରୁ
ଲାଗିଥାନ୍ତୁ ସେମାନେ
...
ଏବେ ତ ସେମାନେ ଭାରି ଥକା
ଆଉ ହତାଶିଆ ଦିଶିଲେଣି...
ସବୁ କଥା କଣ ମାପି ହୁଏ ?
ନା ଚନ୍ଦ୍ର କୁ ହାତ ବଢେଇ ପାରେ
କେବେ ବାମନ ?
ସେଇ ବାମନମାନେ ଖାଲି ଜାଣିଚନ୍ତି ତ
ତାର ଦେହ ଚାରି ପଟେ ଗୁଡେଇ ହେଇଥିବା
ତା ବାର ହାତ ଲୁଗା କଥା
...
ତା ଚାରି ହାତ ଓଢ଼ଣା ତଳ ର
ସାପ ପରି ଲମ୍ବା ତାର ବେଣୀ କୁ
ତା ପାଉଁଜ ର ରୁଣୁ ଝୁଣୁ ଶବ୍ଦ ସାଂଗେ
ଛୋଟ ଛୋଟ ପାହୁଣ୍ଡ ରେ
ତା ଥିରି ଥିରି ଚାଲି କଥା ...
ଆଉ ସେମାନେ ଜାଣିଚନ୍ତି
ସେ ଚୀର ଦିନ ଲାଗି ଶୋଇଗଲା ପରେ
ତା ଦେହ ତଳ ର ସେଇ କେତେ ଚାଖଣ୍ଡ
ଭୁଇଁ ର ମାପ କଥା .....
By:Nibedita Mishraguru
ମୋ ପାଇଁ ଲେଖନ୍ତ ନି କବିତା ଟିଏ(Write a Poem for Me)
ଏତେ ତ କବିତା ଲେଖୁଛ
ଜହ୍ନ ତାରା ,ଆକାଶ ପାହାଡ
ଏଇ ନିର୍ଜିବ ଜଗତ କୁ ନେଇ
ମୋ ପାଇଁ ବି ଥରେ ଲେଖନ୍ତ ନି କବିତା ଟିଏ....
ମୋ ସଜ୍ଜଳ କଜ୍ଜଳ ଆଖି କୁ ନେଇ
ମୋ ଗୋଲାପ ପାଖୁଡା ପରି ଓଠ କୁ ନେଇ
ମୋ ରୁଣୁଝୁଣୁ ପାଉଁଜି କୁ ନେଇ
କି ମୋ ହାତ ର କଙ୍କଣ କୁ ନେଇ
ଯଦି ନଲେଖି ପାରିଲ ମତେ ନେଇ କବିତା ଟିଏ
କଣ ବା ଲାଭ ମୋର ସ୍ଵାମୀ ଭାବେ ଜଣେ କବି ଙ୍କୁ ପାଇ ?
ତମେ ବି ଚିଡେଇବାକୁ ଯାଇ କହିଦେଲ
ତମେ କଣ ନଈ ନା ଝରଣା
ଜହ୍ନ ନା ଜୋଛନା ନା ମୋର ପ୍ରେମିକା ଯେ
ତମ କୁ ନେଇ ଲେଖିବି ମୁଁ କବିତା............?
ହେଲେ ବୁଝିପାରୁନି ଆଜି.... କାହିଁ
କାଗଜ କଲମ ଧରି ବସିଯାଇଛ ମୋ ପାଖେ?
ଚିତ୍ରକର ଟେ ପରି ପ୍ରତିଥର ମୋ ମୁହଁ କୁ ଚାହିଁ
ଗାରେଇ ଦେଉଛ କଣ ଦି'ପଦ ତମ କାଗଜ ରେ
ଆଜି ତ ମୁଁ କହିନଥିଲି ମୋ ପାଇଁ କବିତା ଟେ ଲେଖ ବୋଲି
ତେବେ.......?
କେଜାଣି କଣ ଲେଖୁଥିବ ତମେ?
ମୋ ଆଖି ମୋ ଓଠ ର ବର୍ଣ୍ଣନା କରୁଥିବ କି
ମନରେ ଥିବା କିଛି ରାଗ କୁ କବିତା ର ରୂପ ଦେଉଥିବ?
ମୋର ନିନ୍ଦା ହେଉ କି ପ୍ରସଂଶା ଜାଣିଛି ତୁମେ ଯାହା ବି ଲେଖିଥିବ
ତମ କୁ କିନ୍ତୁ ମିଳିଯିବ ଖୁବ ପ୍ରସଂଶା ,ଖୁବ ବାଃ ବାଃ ......
ମୁଁ ଯାହା ଖାଲି ଏଠି ଛଟପଟ ହେଉଥିବି ଦେଖିବାକୁ ,ହେଲେ ପାରୁନଥିବି ଦେଖି
କେମିତି ଦେଖିବି କହିଲ ମୋର କି ଆଉ ବଳ ଅଛି
ମଜବୁତ ଏ କାଚ ଫ୍ରେମ କୁ ଭାଙ୍ଗି ,ତୁମେ ଦେଇଥିବା
ଫୁଲ ମାଳ ଟା ବେକରୁ କାଢି
ପହଞ୍ଚି ପାରିବି ତୁମ ଡାଏରୀ ପାଖରେ ...........?
ଜାଣି ନଥିଲି ତୁମ କବିତା ରେ ସ୍ଥାନ ପାଇବାକୁ ହେଲେ
ମତେ ବି ପାଲଟିବାକୁ ହେବ ଆକାଶ, ପାହାଡ ଜହ୍ନ ତାରା ପରି ନିର୍ଜିବ ବସ୍ତୁ ଟେ.................
By:Julee Behera